ସାଙ୍ଗମାନେ ଆଜି ଆମେ ମଶା କାମୁଡ଼ା ଓ ତାର ଉପଚାର ବିଷୟରେ ଜାଣିବା।ବର୍ଷା ଆରମ୍ଭ ହେବା ଦ୍ଵାରା ମଶା ବଢ଼ିବାକୁ ଲାଗନ୍ତି। ମଶାମାନେ ଆମ ଶରୀରକୁ କାମୁଡି ନାଲି କରି ଦିଅନ୍ତି।ଏହା ସହ ଆମ ଚର୍ମରେ ଦାଗ ମଧ୍ୟ ହୋଇଯାଏ।ବେଳେବେଳେ ଏହା କୁଣ୍ଡେଇ ହୋଇ ଆପଣ ଏହାକୁ ବହୁତ ଗମ୍ଭୂର ସ୍ଥିତିରେ ପହଞ୍ଚାଇ ଦିଅନ୍ତି।ତେଣୁ ଆଜି ଆମେ ମଶା କାଟିବା ପରେ ତାର ଉପଚାର ବିଷୟରେ ଜାଣିବା।
ତୁଳସୀ ପତ୍ରକୁ ମଶା କାମୁଡିଥିବା ସ୍ଥାନରେ ଲଗାଇବା ଦ୍ଵାରା ଆପଣ ଇନଫେକ୍ସନରୁ ବଞ୍ଚିତ ହେବେ।ଏହା ସହ ଆପଣ ଲେମ୍ବୁ ରସକୁ ମଧ୍ୟ ବ୍ୟବହାର କରିପାରିବେ।ଏହା ଇନଫେକ୍ସନକୁ ରୋକିବାରେ ସହାୟତା କରିଥାଏ।ଲେମ୍ବୁକୁ କାଟି ମଶା କାମୁଡିଥିବା ଜାଗାରେ ଲଗାଇଲେ ତାହା ଭଲ ହୋଇଯାଏ।ବେକିଙ୍ଗ ଶୋଡା ମଧ୍ୟ ମଶା କାମୁଡିବା ପରେ କୁଣ୍ଡେଇ ହେଉଥିବା କୁ ତୁରନ୍ତ ରୋକିଥାଏ।
ଗୋଟିଏ ଗ୍ଲାସ ପାଣିରେ ଏକ ଚାମଚ ବେକିଙ୍ଗ ଶୋଡ଼ା ମିଶାଇ ଗୋଟିଏ ସଫା କପଡ଼ାକୁ ସେଥିରେ ବୁଡ଼ାଇ ମଶା କାମୁଡିଥିବା ଜାଗାରେ ଲଗାନ୍ତୁ।ଏହା ଦ୍ଵାରା ତୁରନ୍ତ ଆରାମ ମିଳିବ। ମ୍ୟାଲେରିଆ ହେବାର ଆଶଙ୍କା ରହିବ ନାହିଁ।ଏହା ସହ ମଶା କାମୁଡିବା ଜାଗାରେ ସେଓର ଚୋପା ଲଗାଇବା ଦ୍ଵାରା କଷ୍ଟ ଦୂର ହୋଇଯାଏ। ଆଲୋଭେରାକୁ କୁଣ୍ଡାଇ ହେବାର ଉପଚାର ପାଇଁ ବ୍ୟବହାର କରାଯାଏ।ଏଥିରେ ଆଣ୍ଟି ସେପ୍ଟିକ ଗୁଣ ରହିଛି।ଏହାକୁ ସେହି ସ୍ଥାନରେ ଲଗାନ୍ତୁ।
ଏହା ଦ୍ଵାରା ଆପଣଙ୍କୁ ଆରାମ ମିଳିବ।ମହୁ ମଧ୍ୟ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣରେ ଭରି ହୋଇଥାଏ।ଏହା ଆମ ସ୍କିନ ପାଇଁ ବହୁତ ପ୍ରଭାବଶାଳୀ ହୋଇଥାଏ।ଏହାକୁ ମଶା କାମୁଡିବା ଜାଗାରେ ଲଗାନ୍ତୁ ଓ କିଛି ସମୟ ପରେ ଥଣ୍ଡା ପାଣିରେ ସଫା କରିଦିଅନ୍ତୁ।ଏହା ଦ୍ଵାରା ମଧ୍ୟ ଆପଣଙ୍କୁ ଆରାମ ମିଳିବ।ଏହା ସହ ମଶା କାମୁଡିବା ଦ୍ବାରା ଯେଉଁ କୁଣ୍ଡାଇ ହୋଇଥାଏ ତାର ଉପଚାର ପାଇଁ ମଧ୍ୟ ଆପଣ ତୁଥ ପେଷ୍ଟକୁ ମଧ୍ୟ ବ୍ୟବହାର କରିପାରିବେ।
ଏହାକୁ ସେହି ସ୍ଥାନରେ ଲଗାଇ ଦିଅନ୍ତୁ ଓ ରାତି ସାରା ସୁଖିବାକୁ ଦିଅନ୍ତୁ।ସକାଳୁ ଉଠି ଥଣ୍ଡା ପାଣିରେ ସାବୁନ ସହ ଧୋଇ ନିଅନ୍ତୁ। ଏଥି ପାଇଁ ଆପଣ ବିନା ଜେଲ ଯୁକ୍ତ ପେଷ୍ଟ ବ୍ୟବହାର କରନ୍ତୁ।ଏହା ସହ ସାଙ୍ଗମାନେ ତୁଳସୀ ଓ କଳା ଜିରାର କାଢା ପିଇବା ଦ୍ଵାରା ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ଭଲ ହୋଇଯାଇଥାଏ।ଏହି ସବୁ ରୋଗରୁ ରକ୍ଷା ପାଇବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ମଶା ମାନଙ୍କୁ ଆପଣଙ୍କୁ ଘରୁ ତଡିବାକୁ ହେବ।ଏଥି ପାଇଁ ଆପଣ ଗୋଟିଏ ରୁମରେ କର୍ପୁର ଜଳାଇଦିଅନ୍ତୁ ଓ ୧୦ ମିନିଟ ପାଇଁ କବାଟ ବନ୍ଦ କରିଦିଅନ୍ତୁ।ଏହା ପରେ ଆପଣ ଯେତେବେଳେ ରୁମକୁ ଆସିବେ ସେତେବେଳେ ମଶା ମାନଙ୍କର ନାମ ନିଶାନ କିଛି ନଥିବ।