gas

ପେଟରେ ଗ୍ୟାସ ହେଉଛି କି ଏହି ସବୁ ଉପାୟ ବ୍ୟବହାର କରନ୍ତୁ – ଥରେ ନିଶ୍ଚୟ କରି ଦେଖନ୍ତୁ |

HEALTH

ସାଙ୍ଗମାନେ ଆଜି ଆମେ ପେଟରେ ହେଉଥିବା ଗ୍ୟାସର କାରଣ ଓ ଏହାର ଉପାୟ ବିଷୟରେ ଜାଣିବା।ପେଟରେ ଗ୍ୟାସ ହେବାର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଭୋଜନ କରିବା,ଅଧିକ ସମୟ ଖାଲି ପେଟରେ ରହିବା,ଖାଦ୍ୟକୁ ଠିକ ସମୟରେ ଚୋବେଇ ନ ଖାଇବା,ଅଧିକ ଚିନ୍ତା କରିବା।ଏହା ସହ ଅନେକ ମେଡିସିନ ଦ୍ଵାରା ମଧ୍ୟ ପେଟ ଗ୍ୟାସ ହୋଇଥାଏ।

କୌଣସି କାରଣରୁ ଆମ ଶରୀରରୁ ଟକ୍ସିନ ଆମ ଶରୀରରୁ ବାହାରି ପାରେ ନାହିଁ ଓ ଏହା ଗ୍ୟାସର କାରଣ ହୋଇଥାଏ।ଯେଉଁମାନେ ଅଧିକ ସମୟ ଧରି ପରିସ୍ରାକୁ ରୋକି ରଖନ୍ତି ତାଙ୍କୁ ମଧ୍ୟ ଗ୍ୟାସର ସମସ୍ୟା ଦେଖା ଯାଇଥାଏ।ଅଧିକ ପରିମାଣର ତେଲ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଆପଣଙ୍କୁ ମଧ୍ୟ ଗ୍ୟାସର ସମସ୍ୟା ହୋଇଥାଏ।ଆଜି କାଲି ଛୋଟ ଛୋଟ ପିଲାମାନେ ମଧ୍ୟ ଗ୍ୟାସର ସମ୍ମୁଖୀନ ହେଉଛନ୍ତି।ଏହାର ପ୍ରଥମ କାରଣ ହେଉଛି ଜଙ୍କ ଫୁଡ।

pain
ଏହାକୁ ଖାଇବା ଦ୍ଵାରା ଛୋଟ ପିଲାଙ୍କ ପାଚନ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପଡିଥାଏ।ଯାହା ପରେ ଗ୍ୟାସ ସମସ୍ୟା ରୂପରେ ସାମ୍ନାକୁ ଆସିଥାଏ।ଦିନରେ ଦୁଇଥର ଅଳେଇଚ ଖାଆନ୍ତୁ।ଏହା ଆପଣଙ୍କ ପାଚନ ପ୍ରକିୟାକୁ ସୁସ୍ଥ ରଖିଥାଏ।କଳା ମିର୍ଚି ସେବନ କରିବା ଦ୍ୱାରା ଗ୍ୟାସ ସମସ୍ୟାରୁ ଆପଣ ଦୂରେଇ ରହିପାରିବେ।ଏହା ସହ ଡାଲଚିନ ମଧ୍ୟ ଅନେକ ଉପକାରୀ ହୋଇଥାଏ

ଏହି କ୍ଷେତ୍ରରେ।ଆପଣ ଅଧା ଚାମଚ ଡାଲଚିନି ଆପଣଙ୍କ ଚା ଓ ସାଲାଡ଼ରେ ମିଶାଇ ଖାଇ ପାରିବେ।ଅଦାର ରାସାୟନିକ ଓ ଖଣିଜ ତତ୍ତ୍ୱ ଆପଣଙ୍କ ପେଟର ଗ୍ୟାସକୁ ଦୂର କରେ।ଅଦାର ଗୋଟିଏ ଛୋଟ ଖଣ୍ଡକୁ ଲୁଣ ଲଗାଇ ସକାଳେ ଓ ସନ୍ଧ୍ୟାରେ ଦୁଇ ଥର ଖାଆନ୍ତୁ।ଏହା ଏକ ଆଣ୍ଟି ବାୟୋଟିକ ପରି କାମ କରେ।ଏହା ଆପଣଙ୍କୁ ଗ୍ୟାସ ସମସ୍ୟାରୁ ମୁକ୍ତି ଦେଇଥାଏ।

dalchin 2
ପୁଦିନାର ଉପଚାର ଗ୍ୟାସ କମାଇବାରେ ସାହାଯ୍ୟ କରେ।ଏହା ସହ ହରଡ ମଧ୍ୟ ଅନେକ ଲାଭକାରୀ ହୋଇଥାଏ।ଏହାକୁ ଚୁଚୁମି କିମ୍ୱା ଚୋବେଇ ଖାଇବା ଦ୍ଵାରା ଆପଣଙ୍କ ଗ୍ୟାସ ସମସ୍ୟା ଦୂର ହୋଇଥାଏ।ଏହା ସହ ଆପଣ ପେଟ ଉପରେ ରାଶି ତେଲର ଗୋଲ ଗୋଲ ମାଲିସ କରିପାରିବେ।ଏହା ଦ୍ଵାରା ମଧ୍ୟ ଗ୍ୟାସ ସମସ୍ୟାରୁ ବହୁତ ଆରାମ ମିଳିଥାଏ।ଜିରା ପାଚକ ହେବା କାରଣରୁ ପେଟର ଏସିଡକୁ କମ କରେ।

ଏହା ପେଟ ଦରଜ ତଥା ଗ୍ୟାସ ଭଳି ସମସ୍ୟାକୁ ଦୂର କରେ। ସଦା ବେଳେ ଠିକ ସମୟରେ ଖାଦ୍ୟ ଖାଆନ୍ତୁ।ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ।ଅଧିକ ଖାଦ୍ୟ ଆମ ପେଟ ସମ୍ଭାଳି ପାରେ ନାହିଁ।ଖାଦ୍ୟ ପାଚନ ହେବାରେ ଅସୁବିଧା ହେଇଥାଏ।ଏହା ସହ ରାତ୍ରି ଭୋଜନ ଶୋଇବାର ତିନି ଘଣ୍ଟା ପୁର୍ବରୁ ଖାଆନ୍ତୁ।ଭୋଜନ କରିବାର ୪୫ ମିନିଟ ପୂର୍ବରୁ ପାଣି ପିଅନ୍ତୁ ନହେଲେ ଭୋଜନ କରିବାର ଏକ ଘଣ୍ଟା ପରେ ପାଣି ପିଅନ୍ତୁ।

Leave a Reply

Your email address will not be published. Required fields are marked *