ସାଙ୍ଗମାନେ ସ୍ବାସ୍ଥ୍ୟବାନ ରହିବା ପାଇଁ କିଛି ସାଧାରଣ ଟିପ୍ସ ରହିଛି।ଯେମିତି କି ନିଜ ହାତକୁ ଭଲ ଭାବେ ଧୁଅନ୍ତୁ।ସଫା ରଖନ୍ତୁ। ନିଶ୍ଚିନ୍ତ ରୁହନ୍ତୁ କି ଆପଣଙ୍କୁ ଠିକ ଭାବେ ଆରାମ ମିଳୁଛି।ଗ୍ରୀନ ଟି ପିଅନ୍ତୁ। ସଠିକ ମାତ୍ରାରେ ପାଣି ପିଅନ୍ତୁ।ପ୍ରତିଦିନ ବ୍ୟାୟାମ କରନ୍ତୁ।ଏହା ସହ କୁହାଯାଏ କି ନିଜ ଖାଦ୍ୟରେ ଫଳକୁ ସାମିଲ କରନ୍ତୁ।ଏହି କାରଣରୁ ଛୋଟ ବେଳୁ ଫଳ ଖାଇବା ପାଇଁ ବହୁତ ଜୋର ଦିଆଯାଏ।
ଫଳ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ବହୁତ ସାହାର୍ଯ୍ୟ କରେ।ତେଣୁ ବିମାରରୁ ଦୂରେଇ ରହିବା ପାଇଁ ଏହି ସବୁ ଫଳ ଖାଆନ୍ତୁ।ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ସେଓ ପ୍ରାକୃତିକ ମିଠାର ଗୋଟିଏ ଭଲ ସମ୍ବଳ। ସେଓର ଚୋପରେ ଅସୋଟିନ ନାମକ ତତ୍ତ୍ଵ ରହିଥାଏ।ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ।
ତେଣୁ କୁହାଯାଏ କି ସବୁ ଦିନ ଗୋଟିଏ ସେଓ ଖାଇଲେ ଡାକ୍ତରଙ୍କୁ ଆମ ଠାରୁ ଦୂର ରହିବେ।ବାସ ଏହା ଧ୍ୟାନ ରଖିବେ କି ସେଓକୁ ଆପଣଙ୍କୁ ଚୋପା ସହ ଖାଇବାର ଅଛି।କିୱି ଭିଟାମିନ ସି ରେ ଭରି ହୋଇଥାଏ।ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଔଷଧ ପ୍ରସ୍ତୁତ କରିବାରେ ବହୁତ ସହାୟକ ହୁଏ।ଏହା ସହ ଏଥିରେ ଭିଟାମିନ ଇ ମଧ୍ୟ ରହିଛି।କିୱୀରେ ପୋଟାସିୟମ ବହୁତ ମାତ୍ରାରେ ଥାଏ।ଯାହା ଆପଣଙ୍କ ହାଡ଼ର ରକ୍ଷା କରିଥାଏ।
କମଳାରେ ମଧ୍ୟ ବହୁତ ମାତ୍ରାରେ ଭିତମିନ ସି ଥାଏ।ଏହା ଆପଣଙ୍କ କୋଷ ନଷ୍ଟ ହେବାରୁ ରକ୍ଷା କରେ।ଏହା ସହ କମଳା ମଧ୍ୟ ଫ୍ଲୁ ଭଳି ରୋଗ ପ୍ରତିଷେଧକ ଭାବେ କାମ କରେ।ଆମ୍ବରେ ଫ୍ୟାଟ ଓ ଫାଇବର ଉଚ୍ଚ ସ୍ତରରେ ଥାଏ।ଏହା ସହ ଆମ୍ବ ଆମ ହାର୍ଟ ରେଟ ଓ ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରେ।ଆମ୍ବରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କଲା ଭଳି ଗୁଣ ଥାଏ।
ନାସପାତି ଖାଇବାକୁ ବହୁତ ଭଲ ଲାଗେ।ଏହା ସହ ଏଥିରେ ଭିଟାମିନ ସି ବହୁତ ଭଲ ମାତ୍ରାରେ ଅଛି।ଏହାର ଚୋପାରେ ଭରପୁର ମାତ୍ରାରେ ଫାଇବର ଓ ପୋଟାସିୟମ ରହିଛି।ତେଣୁ ସପ୍ତାହରେ କମ ସେ କମ ଦୁଇଥର ନାସପାତି ଖାଆନ୍ତୁ।ଏହି ଫଳ ଗୁଡ଼ିକ ଛଡ଼ା ଆପଣ ଅଲଗା ଯେମିତି କି ବ୍ରକ ଲି,ସବୁଜ ପନିପରିବା,ହଳଦୀ,ସିମଳା ଲଙ୍କା ଏହା ସହ କଳା ଚକୋଲେଟ ଏଗୁଡ଼ିକୁ ମଧ୍ୟ ଆପଣ ନିଜ ଖାଦ୍ୟରେ ଖାଇ ପାରିବେ।ଭଲ ସ୍ବାସ୍ଥ୍ୟ ପାଇବା ପାଇଁ ନିଜ ଖାଦ୍ୟ ସହ ନିଦ ବା ବିଶ୍ରାମର ମଧ୍ୟ ବହୁତ ଆବଶ୍ୟକତା ରହିଛି।ଏହା ସହ ଭର ପୁର ପାଣି ପିଆନ୍ତୁ।