omi

ମାଡିଚାଲିଛି ଓମିକ୍ରନ ଜାଣନ୍ତୁ ସଂଫୁର୍ଣ ଖବର ।

HEALTH

ବନ୍ଧୁଗଣ ଦେଶରୁ ଦେଶକୁ ଡେଉଁଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଏପର୍ଯ୍ୟନ୍ତ ବିଶ୍ୱର ୨୫ ରାଷ୍ଟ୍ରରୁ ୨ଶହରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ବୁଧବାର ଆମେରିକାର କାଲିଫର୍ଣ୍ଣିଆରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ସେ କିଛି ଦିନ ତଳେ ଦକ୍ଷିଣଆଫ୍ରିକାରୁ ଫେରିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଜିନମ ସିକୁଏନସିଂ ପରେ ସେ ଓମିକ୍ରନ ପ୍ରଜାତି ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିପରି ୟୁଏଇରୁ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣଙ୍କ ଆଫ୍ରିକୀୟ ନାଗରୀକ ଓ ସେ ନିକଟରେ ୟୁଏଇକୁ ଆସିଥିଲେ । ଆଗକୁ ଅନ୍ୟ ଦେଶରୁ ମଧ୍ୟ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବାର ସମ୍ଭାବନା ଥିବା କହିଛନ୍ତି ହୁ ମୁଖ୍ୟ ।ଓମିକ୍ରନ କେତେ ମାରାତ୍ମକ ହେବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନଥିଲେ ମଧ୍ୟ ଦକ୍ଷିଣଆଫ୍ରିକାରୁ ଯେଉଁ ଚିତ୍ର ଆସିବାରେ ଲାଗିଛି ତାହା ଭୟ ବଢ଼ାଇ ଦେଇଛି ।

corona 1

ଗୋଟିଏ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ଯାଇଛି । ମଙ୍ଗଳବାର ୪ ହଜାର ୩୭୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବୁଧବାର ୮ ହଜାର ୫୬୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୧ରେ ଦକ୍ଷିଣଆଫ୍ରିକାରେ ୨୪ଘଂଟାରେ ମାତ୍ର ୧୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।ଡେଲଟା ଭ୍ୟାରିଆଂଟ ଯେତେବେଳେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା,

ସେତେବେଳେ ଜୁଲାଇ ୩ରେ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଦିନରେ ସର୍ବାଧିକ ୨୬ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାପରେ ଏହା ଧିରେ ଧିରେ କମି ଚାଲିଥିଲା । କିନ୍ତୁ ଏବେ ହଠାତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯିବା ଚିନ୍ତା ବଢ଼ିଯାଇଛି । ଓମିକ୍ରନ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି କି ନାହିଁ ଜଣାପଡି ନଥିଲେ ବି ଲୋକ ଗହଳି ନକରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ତେଣୁ ସତର୍କ ହେଇକି ରୁହନ୍ତୁ।

Leave a Reply

Your email address will not be published. Required fields are marked *