batya

ବାତ୍ୟା ଅପଡେଟ ଖବର ଓଡିଶା ଉପକୂଳ ଛୁହିଁ ନପାରେ ଜୱାଦ – ଜାଣି ରଖନ୍ତୁ ପୁରା ସୂଚନା ।

NEWS

ବନ୍ଧୁଗଣ ଓଡିଶା ଉପକୂଳ ଛୁହିଁ ନପାରେ ଜୱାଦ ଧୀରେ ଧୀରେ ବାତ୍ୟା ଜୱାଦ ଦୁର୍ବଳ ହେଉଛି। ଆସନ୍ତାକାଲି ବାତ୍ୟା ଜୱାଦ ପୁରୀ ଛୁଇଁବ। ଘଣ୍ଟାକୁ ୪ କିମି ବେଗରେ ଉତ୍ତର ଦିଗକୁ ଏହା ଗତି କରୁଛି। ପୁରୀ ଛୁଇଁବା ବେଳକୁ ଏହା ଗଭୀର ଅବପାତର ରୂପ ନେବ। ପୁରୀ ଛୁଇଁବା ବେଳକୁ ଜୱାଦ ଦୁର୍ବଳ ହୋଇପାରେ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାଙ୍କୁ ୫୫ ରୁ ୭୦ କିମି ବେଗରେ ପବନ ସମ୍ଭାବନା ରହିଛି।

ଏନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।ଗତକାଲି ଅବପାତ ଅଧିକ ଘନୀଭୂତ ହୋଇ ଆଜି ସକାଳୁ ଗଭୀର ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଉତ୍ତର -ପଂଶ୍ଚିମ ତତ୍ ସଂଲଗ୍ନ ପଂଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ରେ ସକ୍ରିୟ ରହିଛି। ଯାହା ଅନୁମାନ କରାଯାଉଛି ଏହି ଗଭୀର ଅବପାତ ଟି ଆଗାମୀ 6 ଘଣ୍ଟା ମଧ୍ୟରେ ଏକ ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବ ।

rainn

ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାଶ୍ୱର୍ରେ ଅଧିକ ପବନ ଓ ବର୍ଷା ହୁଏ । ବାତ୍ୟାର ବାମପଟେ ଅର୍ଥାତ ଓଡ଼ିଶା ଉପକୂଳ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ । ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଅଧିକ ପ୍ରଭାବିତ ହେବ । ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଳ ସ୍ଥାନ ନିରୂପଣ ହୋଇନାହିଁ ବୋଲି ଆଏମଡି ଡିଜି ମୃତୁଞ୍ଜୟ ମହାପାତ୍ର କହିଥିଲେ ।ବାତ୍ୟା ‘ଜୱାଦ’ ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ।

rainn

୪ ତାରିଖରେ ସ୍କୁଲ ଛୁଟି ନେଇ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ବନ୍ଦ ।ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରୁ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଧୀରେ ଧୀରେ ଉପକୂଳ ଆଡ଼କୁ ମୁହାଁଉଛି ।

ବର୍ତ୍ତମାନ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବି କି’ ନାହିଁ ସ୍ପଷ୍ଟ ହୋଇନାହିଁ । ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତ୍ସ୍ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବାତ୍ୟା ଏବେ ପାରାଦୀପଠାରୁ ୫୮୦ କିମି ଦୂରରେ ରହିଛି ।ଶନିବାର ସନ୍ଧ୍ୟାରେ ଦିଗ ପରିବର୍ତ୍ତନ କରି ରବିବାର ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଆରମ୍ଭ ହେବ । ବାତ୍ୟା ଉପକୂଳ ମୁହାଁ ହେବାବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବାର ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *