kaudi

କଉଡ଼ିର କେତୋଟି ଚମତ୍କାରି ଗୁଣ ଜାଣିଲେ ଘରେ ଆଣି ରଖିବେ କଉଡି – ଜାଣି ରଖନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି କଉଡ଼ିର ତାନ୍ତ୍ରିକ ଓ ଆଧ୍ୟାତ୍ମିକ ଚମତ୍କାରୀ ଗୁଣ , କଉଡ଼ି କୁ ପ୍ରାୟ ସମସ୍ତେ ଜାଣନ୍ତି , ପୂର୍ବେ କଡିକୁ ମୁଦ୍ରା ରୂପେ ବ୍ୟବହାର କରାଯାଏ , ଏବେ ମଧ୍ୟ ଶୁଭ କର୍ମରେ କଉଡିର ଆବଶ୍ୟକତା ହୁଏ , ଏହି କଉଡିର ବହୁତ ତାନ୍ତ୍ରିକ ଗୁଣ ମଧ୍ୟ ରହିଛି , ସେମାନଙ୍କ ମଧ୍ୟରୁ ଆଜି ଆମେ ଆପଣଙ୍କୁ ଜଣାଇବୁ ,ସରକାରୀ ପ୍ରତିବନ୍ଧକ କଉଡିର ପ୍ରୟୋଗ ,

ବ୍ୟବସାୟରେ ସରକାରୀ ପ୍ରତିବନ୍ଧକ ଯେପରି ଆୟ କର , ବିକ୍ରି କର ଆଦି , ୧୧ ଟି କଉଡ଼ି ଲକ୍ଷ୍ମୀଙ୍କ ଚରଣରେ ରଖି ଓଃ ଶ୍ରିଂ ହିଂ କିଡିଂ , ଏହି ମନ୍ତ୍ରକୁ ଏକ ବା ଦୁଇମାଳା ୧୦୮ ଥର ଜପ କଲେ କିଛି ସମୟ ପରେ ଆପଣଙ୍କ ବାଧା ଦୂର ହୁଏ , ଆର୍ଥିକ ଉନ୍ନତି ସାତୋଟି କଉଡ଼ି ସାତ କଉଡ଼ି ପୂଜା ସ୍ଥାନରେ ପୂଜା କଲେ ଘରେ ଆର୍ଥିକ ଉନ୍ନତି ହୁଏ , ଯଦି ଆପଣ ପ୍ରୋମସନ ଚାହୁଁଛନ୍ତି ତେବେ ୧୧ ଟି କଉଡ଼ି ଲକ୍ଷ୍ମୀ ମନ୍ଦିରରେ ଲକ୍ଷ୍ମୀଙ୍କ ଚରଣରେ ଦେଲେ ପ୍ରୋମସନର ରାସ୍ତା ଖୋଲିଯାଏ ,

laxmi

ବ୍ୟବସାୟର ବୃଦ୍ଧି ହେତୁ ସାତ କଉଡି ହଳଦିଆ କନାରେ ବାନ୍ଧି ଦୋକାନରେ କେଶ ବାକ୍ସରେ ରଖିଲେ ବା କାଉଣ୍ଟର ଡ୍ରରରେ ରଖିଲେ ବ୍ୟବସାୟରେ ବୃଦ୍ଧି ହୁଏ , ସୁଖ ଶାନ୍ତି ଓ ବାସ୍ତୁ ଦୋଷ ୨୧ ଗୋଟି କଉଡ଼ି ନୂତନ ଘରର ନିଆଁ ବା ଫାଉଣ୍ଡେସନରେ ଦେଲେ ସର୍ବଦା ସୁଖ ଶାନ୍ତି ସମୃଦ୍ଧି ହୁଏ , ଗୃହର ବାସ୍ତୁ ଦୋଷ ଖଣ୍ଡନ ହୋଇଥାଏ , ବିଘ୍ନ ନାଶ ପାଇଁ ମାଙ୍ଗଳିକ କାର୍ଯ୍ୟ ସମୟରେ ବାହୁରେ କଉଡ଼ି ବାନ୍ଧିଲେ କାର୍ଯ୍ୟ ନିର୍ଵିଘ୍ନରେ ଶେଷ ହୁଏ ,

laxmi1

ପତିଙ୍କ ଆୟୁ ବୃଦ୍ଧି ପତିଙ୍କ ଆୟୁ ବୃଦ୍ଧି କରୁଥିବା ପତ୍ନୀ କଉଡିରେ ସିନ୍ଦୂର ରଖି ମୁଣ୍ଡରେ ନିୟମିତ ଲଗାଇଲେ ପତି ଦୀର୍ଘାୟୁ ହୁଏ ,ନଜର ଦୃଷ୍ଟି , ବାରମ୍ବାର ଛୁଆଁ ଉପରେ ନଜର ଲାଗୁଥିଲେ ଶିଶୁର ଗଳାରେ ପ୍ରାଣ ପ୍ରତିଷ୍ଠିତ କଉଡି ବାନ୍ଧିଲେ ତୁରନ୍ତ ଦୃଷ୍ଟି ନଜରରେ ପ୍ରଭଵ ଚାଲିଯାଏ ,ଦୁର୍ଘଟଣାରୁ ରକ୍ଷା , କୈାଣସି ନୂଆ ଯାନ ରେ ସାତୋଟି କଉଡ଼ି କଳା ସୂତାରେ ଗୁନ୍ଥି ଗାଡ଼ିରେ ବାନ୍ଧିଲେ ଦୁର୍ଘଟଣାରୁ ରକ୍ଷା ମିଳେ ,

ଆର୍ଥିକ ଉନ୍ନତି ଏବଂ ସମୃଦ୍ଧି ପାଇଁ ଦୀପାବଳି ଦିନ ଲକ୍ଷ୍ମୀଙ୍କ ଚରଣରେ ୧୧ ଟି କଉଡ଼ି ରଖି ପୂଜା କଲେ ଅର୍ଦ୍ଧ ରାତ୍ରି ସମୟରେ ସେହି କଉଡ଼ି କୁ ଘରର କୈାଣସି କୋଣରେ ପୋତିଦେଲେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି , ତେବେ ଏହା ଥିଲା କଉଡିର ଚମତ୍କାରୀ ଗୁଣ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ |

Leave a Reply

Your email address will not be published. Required fields are marked *