ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କରୋନା ଭାଇରସରେ ଇମ୍ୟୁନିଟିକୁ ବଢେଇବା ପାଇଁ ଏକ୍ସପୋର୍ଟ ମାନେ ସର୍ବଦା କହିଥାନ୍ତି , ଲେମ୍ବୁର ସେବନ ଯେକୌଣସି ଉପାୟରେ କଲେ ମଧ୍ୟ ତାହା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ , ଲେମ୍ବୁ କେଶ ଚେହେରା ଏବଂ ସଂପୁର୍ଣ୍ଣ ଶରୀର ପାଇଁ ଲାଭଦାୟକ ଅଟେ , କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ଲେମ୍ବୁର ପତ୍ର ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ , ଏହା ଲେମ୍ବୁଠୁ ବହୁତ ଅଧିକ ଗୁଣକାରୀ ଅଟେ , ତେବେ ଆସନ୍ତୁ ଜାଣିବା ଲେମ୍ବୁ ପତ୍ରର ସ୍ଵାସ୍ଥ୍ୟ ଲାଭ ବିଷୟରେ ,
ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ କିଛି ଲେମ୍ବୁ ପତ୍ରର ଆବଶ୍ୟକତା ପଡ଼ିବ , ଯାହା ଆପଣଙ୍କୁ ବାଡି ଘରୁ ଵା ଘର ଆଖ ପାଖରୁ ସହଜରେ ମିଳିଯିବ , ଏହାକୁ ଆପଣ ସଂଗ୍ରହ କରନ୍ତୁ ଏବଂ ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ , ତାପରେ ଆପଣ ପାଞ୍ଚ ରୁ ଦଶ ଲେମ୍ବୁ ପତ୍ରକୁ ଗ୍ରାଇଣ୍ଡିଙ୍ଗ ଜଗରେ ପକାନ୍ତୁ ଏବଂ ଏଥିରେ ଅଳ୍ପ ପାଣି ଦିଅନ୍ତୁ , ତାପରେ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିୟନ୍ତୁ ଏବଂ ଏହାକୁ ଛାକିଣି ସାହାଯ୍ୟରେ ଛାକି ତାହାର ରସ କାଢି ନିୟନ୍ତୁ , ଏବେ ଜାଣିବା ଆପଣ ଏହି ଲେମ୍ବୁ ପତ୍ର ରସ କେଉଁ ସବୁ ରୋଗ ପାଇଁ ବ୍ୟବହାର କରିପାରିବେ ,
ପ୍ରଥମତଃ ମାଇଗ୍ରେନ ପାଇଁ ଏହା ଚମତ୍କାରି ଅଟେ , ଯଦି ଆପଣଙ୍କ ମାଇଗ୍ରେନ ପରି ସମସ୍ଯାମାନ ରହୁଛି ତେବେ ଏହାକୁ ଏହିପରି ଭାବରେ ରସ କାଢି ଏହାକୁ ଶୁଙ୍ଘନ୍ତୁ କେବଳ ଏହାକୁ ଶୁଣିବା ଦ୍ଵାରା ଆପଣଙ୍କୁ ମାଇଗ୍ରେନ ପରୀ ରୋଗରୁ ଆରାମ ମିଳିବ ,ଦ୍ଵିତୀୟରେ ଯଦି ଆପଣଙ୍କ ପେଟରେ ପୋକ ହୋଇଯାଇଛି ତେବେ ଆପଣ ଏହାକୁ କାଢିବା ପାଇଁ ଅଧା ଚାମଚ ଲେମ୍ବୁ ରସ ନିୟନ୍ତୁ , ଏବଂ ସେଥିରେ ଅଧା ଚାମଚ ମହୁ ମିଶାନ୍ତୁ ,
ଏହାକୁ ଦିନରେ ଥରେ କେବଳ ଖାଲି ପେଟରେ ପିଅନ୍ତୁ , ଏହାକୁ ଥରେ ସେଵନ କରିବା ଦ୍ଵାରା ଆପଣଙ୍କ ପେଟର ପୋକ ସଂପୁର୍ଣ୍ଣ ସଫା ହୋଇଯିବ , ତୃତୀୟ ହେଲା ଯଦି ଆପଣଙ୍କ ମୁହଁରେ ବ୍ରଣ ଵିହାରିଛି ବା ଆପଣଙ୍କ ମୁହଁରେ କଳା ଦାଗ ଅଛି ତେବେ ଏହା ଆପଣଙ୍କ ପାଇଁ ଏକ ରାମଵାଣ ଘରୋଇ ଉପଚାର ଅଟେ , ଆପଣ ପ୍ରଥମେ ଲେମ୍ବୁ ପତ୍ରରେ ରସ କାଢନ୍ତୁ ଏବଂ କଟନରେ ନେଇ ନିଜ ଚେହେରାରେ ଲଗାନ୍ତୁ ,
ଏହାକୁ ୩୦ ରୁ ୪୫ ମିନିଟ ଛାଡି ଦିଅନ୍ତୁ ଦେଖିବେ କିଛି ଦିନ ଏହାର ପ୍ରୟୋଗ କରିବ ଦ୍ଵାରା ଆପଣଙ୍କ ମୁହଁରେ ଥିବା ଵ୍ରଣ ବା କଳା ଦାଗ ଦୂର ହୋଇଯିବ , ଏହା ଛଡ଼ା ଲେମ୍ବୁ ପତ୍ର ରସ ଇନ୍ଦ୍ରୟକୁ ଶାନ୍ତ କରିବା ପାଇଁ ମଧ୍ୟ ଲଗାଯାଏ , ବିଭିନ୍ନ ପ୍ରକାର ଵିୟୁଟି କ୍ରିମ ରେ ଏହାର ପ୍ରୟୋଗ କରାଯାଏ , ତା ଛଡା ମହୁମାଛି ଏବଂ ମଶା ଠାରୁ ବଞ୍ଚିଵା ପାଇଁ ମଧ୍ୟ ଏହାର ପ୍ରୟୋଗ କରାଯାଏ , ତେବେ ଜାଣିଲେ ଲେମ୍ବୁ ପତ୍ରର ରସ ଆମ ସ୍ବାସ୍ଥ୍ୟ ଓ ସୁନ୍ଦରତା ପାଇଁ କେତେ ଅଧିକ ଲାଭଦାୟକ ହୋଇଥାଏ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।