watch

ଘରେ ଘଣ୍ଟା ଲଗାଇଥିଲେ ଜାଣିନିୟନ୍ତୁ ତାର ଉଚିତ ସ୍ଥାନ ନଚେତ ପଡିପାରେ ଆପଣଙ୍କୁ ମହଙ୍ଗା |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଘଣ୍ଟାକୁ କାନ୍ଥରେ ଲଗାଇଵାର ଶୁଭ ଓ ଅଶୁଭ ଦିଗ ବିଷୟରେ , ଯାହା ଦ୍ଵାରା ଆମ ଜୀବନରେ ଶୁଭ ଓ ଅଶୁଭ ର ପ୍ରଭାବ ପଡିଥାଏ , ସମସ୍ତଙ୍କ କାନ୍ଥରେ ଛୋଟ କିମ୍ବା ବଡ଼ ଘଣ୍ଟା ନିଶ୍ଚିତ ଲାଗିଥାଏ , କାନ୍ଥରେ ଆମେ ଏମିତି ଜାଗାରେ ଲଗାଇଥାଉ ଯାହା ଦେଖିବା ପାଇଁ ଆମକୁ ସହଜ ହୋଇଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି ବାସ୍ତୁରେ ଘଣ୍ଟା ଲଗାଇଵାର ଶୁଭ ଓ ଅଶୁଭ ଦିଗ ରହିଥାଏ , ଏବଂ ଏହା ଆମ ଜୀବନରେ ଆଶା ବାଦ ଓ ନିରାଦାଵାଦ ପ୍ରଭାବ ପଡିଥାଏ , ଏମିତି ବି କୁହାଯାଏ ଯେ କେବେ କାହାକୁ ଘଣ୍ଟା ଉପହାର ରେ ଦିଆଯାଏ ନାହିଁ ,

ଘଣ୍ଟାର କଣ୍ଟା ଆମକୁ ସମୟରେ ବାନ୍ଧି ରଖିଥାଏ , ଯଦି ଏହି ସମୟ ଆମେ କାହାକୁ ଉପହାର ରେ ଦେବା ତେବେ ଆମେ ଭଲ ସମୟ ସହ ଖରାପ ସମୟ ମଧ୍ୟ ଦେଉଛୁ , ଯଦି ଏହି ଘଣ୍ଟା ତାଙ୍କ ପାଇଁ ଭଲ ସମୟ ଆଣେ ତେବେ ଏହା ଆମ ପାଇ ଭଲ ସମୟ ଦେଇଥାଏ , ଯେଉଁ ଘଣ୍ଟାକୁ ଆମେ ଘରେ ବା ଅଫିସରେ ଵ୍ୟଵହାର କରିଥାଉ ସେହି ଘଣ୍ଟା ସହ ଆମର ଭଲ ସଂପର୍କ ରହିଥାଏ , ତେବେ ଏହି ଘଣ୍ଟାକୁ କେମିତି ଆମେ ବ୍ୟବହାର କରିବା ଏବଂ କେଉଁଠି ଆମେ ଲଗାଇବା ଆସନ୍ତୁ ସେ ବିଷୟରେ ଜାଣିବା ,ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ଘଣ୍ଟାକୁ କେବେବି ଲଗାନ୍ତୁ ନାହିଁ ,

କାରଣ ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗ ଯମରାଜାଙ୍କ ଦିଗ ଅଟେ , ଆଉ ଯମରାଜା ସେହି ଦେଵତା ଅଟନ୍ତି ଯିଏ ଆମ ଜୀବନକୁ ଶେଷ କରିବାରେ କାମ କରନ୍ତି ,ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗ ଘରର ମୁଖ୍ୟାଙ୍କ ହୋଇଥାଏ , ଯଦି ଆପଣ ଏହି କାନ୍ଥରେ କିଛି ଲଗେଇବାକୁ ଚାହୁଁଛନ୍ତି ତେବେ ଘରର ମୁଖ୍ୟାଙ୍କ ଫୋଟ ଲଗାନ୍ତୁ , ଏମିତି କରିବା ଶୁଭ ହୋଇଥାଏ ଏବଂ ଏଥିରେ ତାଙ୍କ ଶରୀର ସୁସ୍ଥ ରହିଥାଏ , ବନ୍ଧୁଗଣ ଆପଣ ଦକ୍ଷିଣ ଦିଗ କାନ୍ଥରେ ଅଶୁଭ ଘଣ୍ଟା ଅର୍ଥାତ ଭାଙ୍ଗି ଯାଇଥିବା ଘଣ୍ଟାର ପ୍ରୟୋଗ କରୁନାହାନ୍ତି ତ ବେଳେ ବେଳେ ଘରର କାନ୍ଥରେ ଲାଗିଥିବା ଘଣ୍ଟା ଚାଲୁନଥାଏ ଓ ତାହା ଖରାପ ହୋଇଯାଇଥାଏ ,

ଯାହା ଆଜିକା ସମୟରେ ପ୍ରାୟତଃ ହୋଇଥାଏ , ଏବେକା ସମୟରେ ଲୋକେ ହାତ ଘଣ୍ଟା ଦେଖିବା ଅପେକ୍ଷା ସେମାନେ ମୋବାଇଲକୁ ଦେଖି ସମୟ ଜାଣିଥାନ୍ତି , ଯାହା ପାଇଁ ବନ୍ଦ ଥିବା ଘଣ୍ଟା ଉପରେ ଧ୍ୟାନ ଯାଇନଥାଏ , ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବନ୍ଦ ଥିବା ଘଣ୍ଟା ଆମର ଶୁଭ ସମୟ କମ କରେ ଓ ଅଶୁଭ ସମୟ ବୃଦ୍ଧି କରିଥାଏ , ଏଥିପାଇଁ ଆପଣ ନୂଆ ଵ୍ୟାଟେରି କିମ୍ଵା ନୂଆ ଘଣ୍ଟା ଆଣି ଲଗାନ୍ତୁ , ଏହା ସହ ଘଣ୍ଟାର ସମୟ ସବୁବେଳେ ଠିକ ରଖିବାକୁ ଚେଷ୍ଟା କରନ୍ତୁ , ବାସ୍ତୁ ଶାସ୍ତ୍ର ଅନୁସାରେ ସମୟର ପଛରେ ଚାଲୁଥିବା ଘଣ୍ଟାକୁ ଭଲ କୁହାଯାଏ ନାହିଁ , ଏଥିପାଇଁ ଘଣ୍ଟାର ସମୟକୁ ସବୁବେଳେ ଠିକ ରଖିବା ଆବଶ୍ୟକ ,

ଘଣ୍ଟା ଉପରେ ବାସ୍ତୁ ଶାସ୍ତ୍ରର ଗୋଟିଏ ଭଲ କଥା ଅଛି , ଯଦି ଆପଣ ଘଣ୍ଟାର ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣ ମଧୁର ଧ୍ଵନି କରୁଥିବା ଘଣ୍ଟା ଲଗାନ୍ତୁ , କାରଣ ଏହି ମଧୁର ଧ୍ଵନି ପାଇଁ ଘରେ ଶୁଭତ୍ଵ ବୃଦ୍ଧି ହୋଇଥାଏ , ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟାକୁ ସବୁବେଳେ ପୂର୍ବ , ପଶ୍ଚିମ , ଉତ୍ତର ଦିଗରେ ଲଗାଇବା ଆବଶ୍ୟକ , ଏହି ଦିଗ ଗୁଡ଼ିକ ଆମ ପାଇଁ ଶୁଭ ସମୟ ଆସିବାର ସଂକେତ ଦେଇଥାଏ , ଏହା ସହ ଘରେ ଘଣ୍ଟା ଲଗାଉଥିଲେ ଏହିପରି ଭାବରେ ଲଗାଇବା ଉଚିତ ହୋଇଥାଏ ତେବେ ଏହା ଥିଲା ଘଣ୍ଟା ଲଗାଇବାର ଉଚିତ ଦିଗ ଓ ଵ୍ୟଵହାର ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *