kiniba

ଵାର ଅନୁସାରେ କିଣନ୍ତୁ ଜିନିଷ ମିଳିଥାଏ ଶୁଭ ଫଳ – ଜାଣି ରଖନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୈାଣସି ନା କୈାଣସି ଗ୍ରହ ବା ଠାକୁରଙ୍କ ସହ ଯୋଡିରହିଛି , ତେଣୁ ଯେଉଁ ବାର ସହିତ ଯେଉଁ ଠାକୁରଙ୍କ ସଂପର୍କ ଥାଏ ସେହି ଵାର ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୋଇଥାଏ ବୋଲି ହିନ୍ଦୁ ମାନେ ଵିଶ୍ଵାସ କରିଥାନ୍ତି , ତାହାର ଅର୍ଥ ନୁହେଁ ଯେ ଆମେ ଜରୁରୀ ପରିସ୍ଥିତି ରେ ମଧ୍ୟ ଶୁଭ ଅଶୁଭ ଦେଖିବା ,

ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ , ପ୍ରଥମେ ଜାଣିବା ସୋମବାର ଏହି ଦିନ ଭଗବାନ ଶିବଙ୍କ ଦିନ ଏହି ଦିନ କମ୍ପୁଟର, ବହି ପତ୍ର , ମୋବାଇଲ ବା କୈାଣସି ପ୍ରକାରର ଷ୍ଟେସନାରୀ ଜିନିଷ କିଣିବା ଉଚିତ ନୁହେଁ , ଏହି ଦିନ ଚାଉଳ କ୍ଷୀର ଜାତୀୟ ଜିନିଷ ଓ ଵାସନ କୁସନ କିଣିବା ଲାଭଦାୟକ ହୋଇଥାଏ , ମଙ୍ଗଳବାର ଏହି ଦିନ ଭଗବାନ ହନୁମାନଙ୍କୁ ଆରାଧନା କରାଯାଏ ,

siba

ତାଙ୍କର ପ୍ରିୟ ଜିନିଷ ହେଉଛି ଲାଲ ତେଣୁ ଏହି ଦିନ ଲାଲ ରଙ୍ଗର କୈାଣସି ଜିନିଷ କିଣିବା ଶୁଭ ହୋଇଥାଏ , କିନ୍ତୁ ଏହି ଦିନ ଜୋତା ବା ଲୁହା ଜିନିଷ କିଣିଵାରୁ ଦୂରରେ ରୁହନ୍ତୁ , ବୁଧବାର ଭଗଵାନ ଗଣେଶ ଓ ବିଦ୍ୟାର ଦେବୀ ମାଁ ସରସ୍ଵତୀ ଦିନ ତେଣୁ ଏହି ଦିନ ଚାଉଳ , ଔଷଧ, ଵାସନ , କିଣିଵା ଉଚିତ ନୁହେଁ , କିନ୍ତୁ ଏହି ଦିନ ଷ୍ଟେସନାରୀ ଜିନିଷ କିମ୍ଵା କଳା ସହ ସଂଵନ୍ଧ କୈାଣସି ବସ୍ତୁ କିଣିବା ଶୁଭ ହୋଇଥାଏ ,

laxmi1

ଗୁରୁବାର ଏହି ଦିନ ଚଷମା ବାସନ , ଆଦି କିଣିବା ଅଶୁଭ ହୋଇଥାଏ , କିନ୍ତୁ ଇଲକ୍ଟ୍ରୋନିକ ଜିନିଷ , ସଂପତ୍ତି, କପଡା , ଓ ଫର୍ଣିଚର ଆଦି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ,ଶୁକ୍ରବାର ଦିନ ଇଲକ୍ଟ୍ରୋନିକ ଜିନିଷ , ସଂପତ୍ତି କିଣିବା ଭଲ ନୁହେଁ , କିନ୍ତୁ ସୋୖନ୍ଦର୍ଯ୍ଯ ସଂଵନ୍ଧିୟ ଜିନିଷ , ସୁନା ଗହଣା ଆଦି କିଣିବା ଶୁଭ ହୋଇଥାଏ ,ଶନିବାର ଏହି ଦିନ ଶନି ଦେବଙ୍କୁ ସମର୍ପିତ ହୋଇଛି ,ଏହି ଦିନ ଲୁଣ ଓ ଚମଡ଼ାରେ ତିଆରି ଜିନିଷ ,

ଲାଲ କପଡା ସୋରିଷ ତେଲ ଆଦି କିଣିବା ଉଚିତ ନୁହେଁ , ଏହି ଦିନ ଫର୍ଣିଚର କିଣିବା ଶୁଭ ହୋଇଥାଏ , ଶେଷରେ ହେଲା ରବିବାର ରବିବାର ଦିନ ଲୁହା କିମ୍ଵା ଲୁହା ସଂଵନ୍ଧିୟ କୈାଣସି ଜିନିଷ କିଣିବା ଅଶୁଭ ହୋଇଥାଏ , ଏହି ଦିନ ଲାଲ ରଙ୍ଗର ଜିନିଷ କିଣିଲେ ଶୁଭ ହୋଇଥାଏ , ତେବେ ଏହା ଥିଲା ଵାର ଅନୁସାରେ କେଉଁ ଜିନିଷ କିଣିବା ଶୁଭ ହୋଇଥାଏ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *