baigan

ବାଇଗଣ ଖାଇବାର କ୍ଷତି – ଜାଣି ରଖନ୍ତୁ ପୁରା ଖବର ।

NEWS

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଖାଦ୍ୟ ଆଉ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ହେଇପାରେ। ଆଜି ଆମେ ଆପଣଙ୍କ ପାଖରେ ଖାଦ୍ୟର ଫାଇଦା ନୁହଁ ବରଂ ଏକ ଖାଦ୍ୟର କ୍ଷତି ମାନଙ୍କ ବାବଦରେ କହିବାକୁ ଯାଉଛୁ। ଆଜିର ବିଷୟ ପୁରା ଓଲଟା ହେବାର ଅଛି ଆଉ ଆମେ ଆଶା କରୁଛୁ କି ଏହା ଆପଣ ମାନଙ୍କ ପାଇଁ ବହୁତ ଅଧିକ ଜରୁରୀ ସାବ୍ୟସ୍ତ ହେଇପାରେ।

ତେବେ ଆଜି ଆମେ କହିବାକୁ ଯାଉଛୁ ବାଇଗଣ ବାବଦରେ ଯାହାକୁ କି ଦୈନନ୍ଦିନ ଜୀବନରେ ବହୁତ ଅଧିକ ବ୍ୟବହାର କରା ଯାଇଥାଏ ଆଉ ଆମ ଭାରତୀୟ ମାନେ ଏହାକୁ ବହୁତ ମଜା ନେଇକି ଖାଇଥାନ୍ତି। ମାତ୍ର ତାହାର କ୍ଷତି ମାନଙ୍କ ବାବଦରେ କାହାକୁ ଜଣା ହି ନଥାଏ ଆଉ ତାହା ବାବଦରେ ଆଜି ଆମେ ଆମ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଆରମ୍ଭ କରିବା।

baigan 1
ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚ୍ଚା କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ,

bai 2

ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ ଯାହା କି ବାଇଗଣ ବାବଦରେ ଅଟେ। ଆଜି ଆମେ କହିବୁ କି ଆପଣ ବାଇଗଣ ଖାଇଲେ ଆପଣଙ୍କ ଶରୀରରେ କି କି କ୍ଷତି ହେଇଥାଏ। ବାଇଗଣ ନାଇଟଶେଡ଼ ପରିବାରର ଅଟେ ଯାହା କି ଆପଣଙ୍କ ଶରୀରରେ ଆଲର୍ଜି ଜନ୍ମ କରିଥାଏ ଆଉ ଏହା ଅଣ୍ଡା ଅଥବା ଟମାଟୋ ଭଳି ଆଲର୍ଜି ଥିବା ଖାଦ୍ୟ ଭାବେ ଜଣା ଯାଇ ନଥାଏ

ମାତ୍ର ତାହା ଆପଣଙ୍କ ଶରୀରରେ ଆଲର୍ଜି ଜନ୍ମ କରିପାରେ। ଯଦି ଆପଣଙ୍କ ବାଇଗଣ ଖାଇବା ଦ୍ୱାରା ଆଲର୍ଜି ହୁଏ ତାହେଲେ ଆପଣ ବାଇଗଣର ସେବନ ଜମା ବି କରନ୍ତୁ ନାହିଁ। ଏହା ବହୁତ କ୍ଷତିକାରକ ହେଇପାରେ। ଗର୍ଭବତୀ ମହିଳା ମାନଙ୍କୁ ମଧ୍ୟ ବାଇଗଣ ଅଧିକ ସେବନ କରିବା ଦରକାର ନୁହଁ କାରଣ ଏହା ପ୍ରାକୃତୀ ମୂତ୍ରବର୍ଦ୍ଧକ ଅଟେ ଆଉ ତାହା ଆପଣଙ୍କ ଭ୍ରୁଣକୁ କ୍ଷତି ପହଞ୍ଚାଇ ପାରେ। ଯଦି ଆପଣ ଆଣ୍ଟି ଡିପ୍ରେସାଣ୍ଟ ଔଷଧ ମାନଙ୍କର ସେବନ କରୁଛନ୍ତି ତାହେଲେ ମଧ୍ୟ ଆପଣ ବାଇଗଣ ଖାନ୍ତୁ ନାହିଁ କାରଣ ଏହା ଔଷଧର ପ୍ରଭାବ କମ କରିପାରେ।

Leave a Reply

Your email address will not be published. Required fields are marked *