ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଜୀବନ ଆଉ ସଫଳତା ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ଜୀବନରେ ଏକ ବଡ଼ ଭୂମିକା ଗ୍ରହଣ କରିପାରେ। ଆଜି ଆମେ କହିବୁ କି ଆପଣ ନିଜର ସମସ୍ତ ଭାବନା କୁ କିପରି ଭାବେ କାର୍ଯ୍ୟରେ ଲଗାଇ ପାରିବେ। ଆପଣଙ୍କର ଭାବନା ଆପଣଙ୍କ ଜୀବନରେ ବହୁତ କିଛି ଉପରେ ନିର୍ଭର କରିଥାଏ। ଏହି ସବୁ ବ୍ୟଭାରଣ ନିୟନ୍ତ୍ରଣ କରିବା ଆପଣଙ୍କ ପୋଜିଟିଭିଟି ଉପରେ ନିର୍ଭର କରିଥାଏ
ଆଉ ତାହାଦ୍ୱାରା ଆପଣ ନିଜ ସ୍ୱପ୍ନ ଆଡକୁ ଅଗ୍ରସର ହେଇ ପାରିଥାନ୍ତି। ଆପଣ ଜୀବନରେ ନିଜର ଖୁସି ସେତେବେଳେ ପାଇପାରିବେ ଯେତେବେଳେ ଆପଣ ଏକ ସଫଳତା ଲାଭ କରିବେ। ତେବେ ଏହି ସଫଳତା ପାଇଁ ଆପଣଙ୍କୁ କିଛି ଉଦ୍ୟମର ଆବଶ୍ୟକତା ଅଛି ଆଉ ତାହା ସହିତ ଏହାକୁ କିଛି ସମୟ ପ୍ରଦାନ କରିବାର ଆବଶ୍ୟକତା ଅଛି।
ତେବେ ଏହି ସବୁ ସ୍ୱପ୍ନ ମାନଙ୍କୁ ସାକାର କରିବାର ଏକମାତ୍ର ହି ରାସ୍ତା ଅଛି କି ଆପଣ ନିଜର ଭାବନା ବନ୍ଦ କରିବେ ଆଉ କାର୍ଯ୍ୟ କରିବା ଆରମ୍ଭ କରିବେ। ତେବେ ଭାବନା ବନ୍ଦ କରିବା ଭିତରେ ଆପଣଙ୍କର ଅଧିକ ଭାବିବା ବନ୍ଦ ହେବା ନିହାତି ଦରକାର। ଅଧିକ ଭାବିବା ଦ୍ୱାରା ଆମ କାର୍ଯ୍ୟ କ୍ଷମତା କମ ରହିଥାଏ ଆଉ ଏହାଦ୍ୱାରା ଆପଣ ଜମା ବି କିଛି ପ୍ରଭାବଶାଳୀ କରିପାରନ୍ତି ନାହିଁ। ତେବେ ଆଜି ଆକେ ଆପଣଙ୍କ ପାଖରେ କିଛି ଉପାୟ କହିବୁ ଯାହାଦ୍ୱାରା ଆପଣ ନିଜର ଅଧିକ ଭାବନାର ଆଦତ କମ କରିବେ ଆଉ କାର୍ଯ୍ୟ କରିବା ଆରମ୍ଭ କରିବେ।
ଆମେ ମନୁଷ୍ୟ ଅଟୁ ଆଉ ଆମର ଭାବନା ଆମ ପାଇଁ ଏକ ଆଶୀର୍ବାଦ ଅଟେ। ତେବେ ଭାବନା ଜମା ବି ଭୁଲ ନୁହଁ ମାତ୍ର ଲକ୍ଷହୀନ ଭାବନା ଖରାପ ଅଟେ। ଆପଣ ଭାବିବା ଦରକାର ଆଉ ତାହା ସହ ହି ଆପଣ କାର୍ଯ୍ୟ ମଧ୍ୟ କରିବା ଦରକାର। ତେବେ ବହୁତ ସାରା ଭିଡିଓ ଆମ ସୋସିଆଲ ମିଡିଆରେ ଏହା ବାବଦରେ ଅଛି ଆଉ ତାହା ଉପରେ ଲକ୍ଷ ଲକ୍ଷ ଭିଉ ମଧ୍ୟ ଅଛି ମାତ୍ର ତାହାର ସମାଧାନ ସାଧାରଣ ହି ନାହିଁ। ତେବେ ଏହା ଉପରେ କଥା ହେବା ହି ଆମ କାର୍ଯ୍ୟ ଅଟେ।
ଆପଣଙ୍କୁ ଏହି ଭାବନା କମ କରିବାକୁ ହେଲେ ସବୁଠୁ ପ୍ରଥମେ ଏହା ଭାବିବାକୁ ହେବ କି ଭାବନା ଆମ ମସ୍ତିସ୍କରେ ଆସିବ ହି। ଏହାକୁ ଆମେ ଅଟକାଇ ପାରିବା ନାହିଁ। ମାତ୍ର ଏହି ଭାବନା ଯଦି ଆମେ ଲଢ଼ିବା ତାହେଲେ ହୁଏତ ଏହା ଆପଣଙ୍କୁ ଭାବହୀନ କରିଦେବ। ତେବେ ଆପଣ ଏହାକୁ ସାଧାରଣ ରୂପେ ନିଅନ୍ତୁ ଆଉ ନିଜର ଜୀବନ ଯାପନ କରନ୍ତୁ। କାର୍ଯ୍ୟ କରିବା ଆରମ୍ଭ କରନ୍ତୁ ଆଉ ବର୍ତ୍ତମାନ ଉପରେ ଫୋକସ୍ କରନ୍ତୁ।