ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓମିକ୍ରନକୁ ନେଇ ନୂଆ ଖୁଲାସା , ଆସିଛି ଆଶ୍ଵସ୍ଥିର ଖବର , କୁହାଯାଉଛି ମାନବ ଜାତି ପାଇଁ ଅଭିଶାପ ନୁହେଁ ଆଶିର୍ବାଦ ଭାବେ ଆସିଥାଇ ପାରେ ଓମିକ୍ରନ ଭେରିଆଣ୍ଟ , ଏହା ହିଁ ସାହାୟକ ହେବ କରୋନାର ଅନ୍ତ ଘଟାଇବା ପାଇଁ , ଆମେରିକାର ଏକ ଗବେଷଣା ଅନୁସାରେ ଓମିକ୍ରନ ଏକ କରୋନାର ଏକ ପ୍ରାକୃତିକ ଭ୍ୟାକସିନ ପରି , ଯାହାକି ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମହାମାରୀକୁ ସମାପ୍ତ କରିପାରିବ ,
ଆମେରିକାର ୟାଲେ ରିସର୍ଚ୍ଚ ଅନୁସାରେ ଡେଲଟା ଭେରିଆଣ୍ଟ ଅନୁସାରେ ଓମିକ୍ରନରେ ଅଧିକ ମ୍ୟୁଟେସନ ହୋଇଛି , ଏହାର ଅର୍ଥ ଭାଇରସ ନିଜର ରୂପ ବା ସ୍ଵଭାବ ଵଦଳାଇଵା , ଏହା କେତେବେଳେ କମ ପ୍ରଭାଵ କରିଥାଏ ତ କେତେବେଳେ ଅଧିକ କରିଥାଏ , ଯାହା ୨୦୨୦ , ୨୧ ହୋଇଥିଲା ତାହା ଏକ ବ୍ୟତିକ୍ରମ ସାବ୍ୟସ୍ତ ହୋଇପାରେ , ଡେଲଟା ତୁଳନାରେ ଓମିକ୍ରନ ଅଧିକ ସଂକ୍ରାମକ ହୋଇଥିବାରୁ ତ୍ଵରିତ ବେଗରେ ବ୍ୟାପି ମହାମାରୀକୁ ଶେଷ କରିବା ପାଇଁ ସାହାୟକ ହୋଇପାରେ ବୋଲି ଆଶା କରାଯାଉଛି ,
ଓମିକ୍ରନ ଯେତେ ଦୃତ ବେଗରେ ବ୍ୟାପିବ ସେତେ ଶୀଘ୍ର ଏହା ଡେଲଟା ଭେରିଆଣ୍ଟର ସ୍ଥାନ ନେବ , ଏବଂ ଏହା ଯୋଗୁଁ ମହାମାରୀର ଅନ୍ତ ଘଟିବ ବୋଲି ଷ୍ଟଡିରେ କୁହାଯାଇଛି , ଚରିତ ବର୍ଷ ଶେଷ ସୁଦ୍ଧା ଓମିକ୍ରନର ଅନ୍ତ ହେବ ବୋଲି ଵିଶ୍ଵ ସ୍ଵାସ୍ଥ୍ୟ ସେବା ସୂଚନା ଦେଇ ସାରିଛି , ମହାମାରୀକୁ ରୋକିବାର ଭ୍ୟାକସିନ ଏକ ମାତ୍ର କୁହାଯାଉଥିବା ବେଳେ ଵିକସିତ ଦେଶ ନିଜର ଭ୍ୟାକସିନ ଅନ୍ୟ ଦେଶକୁ ଯୋଗାଇବ ଯାଇ ଏହା ସମ୍ଭବ ହେବ , ଏପଟେ ଆଉ କେତେକ ବିଶେଷଜ୍ଞ ଅନୁସାରେ ଏହାର ମତ ଭିନ୍ନ ଅଟେ , ଏହା ଏକ ପ୍ରାକୃତିକ ଭ୍ୟାକସିନ ନୁହେଁ ,
ଏହା ଭାଇରସ ବୋଲି କେତେକ ବିଶେଷଜ୍ଞ ପ୍ରକାଶ କରିଛନ୍ତି , ଏହାକୁ ପ୍ରକୃତିକ ଭ୍ୟାକସିନ ଭାବିବା ବଡ଼ ଭୁଲ ବୋଲି ଚେତାଇ ଦେଇଛନ୍ତି , ଦେଶରେ ପୁଣି କରୋନାର ଲମ୍ବା ଡିଆଁ , ଆଜି ପୁଣିଥରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା , ଗତ ୨୪ ଘଣ୍ଟାରେ ଦେଶରେ ୩୭୩୭୯ ପଜେଟିଭ ବାହାରିଛନ୍ତି , ଯାହା ଗତ କାଲି ୩୩୭୫୦ ଥିଲା , ସେହିପରି ଦିନକରେ ଦେଶରେ ୧୨୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି ,
ଫଳରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୨ ହଜାର ୮୨ କୁ ବୃଦ୍ଧି ପାଇଛି , ସେପଟେ ଵିହାର ନାଳନ୍ଦା ମେଡିକାଲ କଲେଜରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପରେ ପଟିଆଲରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି , ଆଜି ଆହୁରି ୭୨ ଡାକ୍ତର ପଜେଟିଭ ଚିହ୍ନଟ ହୋଇଛନ୍ତି , ସେପଟେ ୮୭ ଜଣ ପଟିଆଲ କଲେଜରେ ଚିହ୍ନଟ ହୋଇଛନ୍ତି ତେବେ ଏହା ଦିନକୁ ଦିନ ବୃଦ୍ଧି ପାଇବାରୁ ଚିନ୍ତା ମଧ୍ୟ ବୃଦ୍ଧି କରୁଛି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।