9

ଆପଣମାନେ ଏପରି ଖରାପ କାମ କରୁଛନ୍ତି କି ତାହେଲେ କଳିଯୁଗରୁ ମୁକ୍ତି ପାଇବାକୁ ହେଲେ କରନ୍ତୁ ଏହି କାମ ।

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଆଜିର ସମୟରେ ସମସ୍ତେ କେବଳ ସୁଖ ପାଇବାକୁ ଚାହିଁଥାନ୍ତି , କିନ୍ତୁ ସେମାନଙ୍କୁ ଶେଷରେ ଦୁଃଖ ମିଳିଥାଏ । ବନ୍ଧୁଗଣ ଆଜି ଆମେ ଭଗବାନଙ୍କ ଦ୍ବାରା ରଚିତ କିଛି ମନ୍ତ୍ର ବିଷୟରେ ଜାଣିବା ଯାହାକୁ ଉଚ୍ଚାରଣ କଲେ ପ୍ରତ୍ୟେକ ବ୍ୟକ୍ତି ଏହି କଳିଯୁଗରୁ ମୁକ୍ତି ପାଇଁ ପାରିବ । ରାମାୟଣ ଗ୍ରନ୍ଥରେ ତୁଳସୀ ଦାସ ଲେଖିଛନ୍ତି ” କଳିଯୁଗ କେବଳ ନାମ ଅଧାରା ସୁମୀର ସୁମୀର ନର ଉତରହି ପାରା ” ଏହାର ଅର୍ଥ ହେଉଛି ବ୍ୟକ୍ତିଙ୍କୁ କଳିଯୁଗରୁ ପାର ପାଇବାକୁ ହେଲେ କେବଳ ଭଗବାନଙ୍କ ନାମ ସବୁଠାରୁ ଶ୍ରେଷ୍ଠ ଅଟେ ।

ସେହିପରି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ଅଛି କି ” ହରେରାମ ହରେରାମ ହରେନାମେବ କେବଲମ କ୍ଲୋ ନାସ୍ତେବ ନାସ୍ତେବ ନାସ୍ତେବ ନାତୀରନ୍ୟେଧ ” ଏହାର ଅର୍ଥ ହେଉଛି ଏକମାତ୍ର ହରିରାମ କଳିଯୁଗରେ ଭଗବାନଙ୍କୁ ପ୍ରାପ୍ତି କରିବାର ଏକ ମାତ୍ର ଉପାୟ । ଏ କଳିଯୁଗରେ ଆମକୁ ହରିଙ୍କ ନାମ କିପରି ନେବାକୁ ହେବ ଏହା ମଧ୍ୟ ଆମ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ” ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ” ଏହି ମନ୍ତ୍ରର ଉଚ୍ଚାରଣ ଶ୍ରୀକୃଷ୍ଣଙ୍କ ଅବତାର ଚୈତନ୍ୟ ମହାପ୍ରଭୁ କରିଥିଲେ ଏବଂ ତାଙ୍କ ମତରେ ଏହି ମନ୍ତ୍ର ଘୋର କଳିଯୁଗରେ ବ୍ୟକ୍ତିଙ୍କ ପାଇଁ ମୁକ୍ତିର ସାଧନ ହେବ ।

ramamandira

ଏହା ଏପରି ଏକ ମନ୍ତ୍ର ଯାହାକି ଏଥିରେ ପ୍ରତ୍ୟେକ ମନ୍ତ୍ରର ଉଚ୍ଚାରଣ ହୋଇଥାଏ , ଯାହାକୁ ଦେବା ଦେବି ମାନେ ମଧ୍ୟ ପାଠ କରିଥାନ୍ତି । ଚୈତନ୍ୟ ମହିପ୍ରଭୁଙ୍କ କହିବା ଅନୁସାରେ କଳିଯୁଗରେ ଭଗବାନଙ୍କୁ ପ୍ରାପ୍ତି କରିବା ଅତ୍ୟନ୍ତ ସହଜ , କାରଣ ସତ୍ୟ ଯୁଗରେ ଜପ ଓତପ କରି ଦଶ ବର୍ଷ ରେ ଯାହା ପ୍ରାପ୍ତି ହୋଇଥାଏ , ସେହି ଫଳ ତ୍ରେତୟା ଯୁଗରେ ଏକ ବର୍ଷ ରେ ହୋଇଥାଏ ଏବଂ ଦ୍ଵାପର ଯୁଗରେ ଏକ ମାସରେ ପୂରଣ ହୋଇଥାଏ । ଯଦି କରି ଯୁଗରେ ବ୍ୟକ୍ତି ନିଷ୍ଠାର ସହିତ

ଯଦି ଭଗବାନଙ୍କୁ ଭକ୍ତି କରେ ତାହେଲେ ଏକ ଦିନ ଓ ଏକ ରାତିରେ ସେହି ଫଳ ପ୍ରାପ୍ତ କରିଥାଏ । ଅଜାଙ୍ଗିର ନାମକ ଜଣେ ବ୍ରାହ୍ମଣ ଘୋର ପାପ କରିଥିଲେ ନିଜ ସ୍ତ୍ରୀ ଥାଉ ଥାଉ ବେଶ୍ୟା ସହ ରାତ୍ରି ଯାପନ କରୁଥିଲା ଓ ଏକ ପୁତ୍ର ସନ୍ତାନ ଯାତ ହୋଇଥିଲା , ଯାହାର ନାମ ଥିଲା ନାରାୟଣ ଯେବେ ଅଜାଙ୍ଗିରର ମୃତ୍ୟୁ ସମୟ ଆସିଲା ସେ ତାର ପୁତ୍ର ନାରାୟଣଙ୍କୁ ଡାକିଲା ସ୍ବୟଂ ଭଗବାନ ନାରାୟଣ ତା ପାଖରେ ପହଞ୍ଚିଥିଲେ ।

ସେହିପରି ଦ୍ବାପର ଯୁଗରେ ଯେତେବେଳେ ଦ୍ରୌପଦୀଙ୍କୁ ନିବସ୍ତ୍ର କରାଯାଇଥିଲା ସେ ସମସ୍ତଙ୍କୁ ସାହାଯ୍ୟ ମାଗିଥିଲେ , କିନ୍ତୁ କେହି ସାହାଯ୍ୟ କରିନଥିଲେ ଶେଷରେ ସେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଡାକିଥିଲେ ଓ ଶ୍ରୀକୃଷ୍ଣ ଦ୍ରୈପୋଦୀଙ୍କ ଲଜ୍ୟା ନିବାରଣ କରିଥିଲେ । ସେଥିପାଇଁ ଏହି କଳିଯୁଗରେ ମୁକ୍ତି ପାଇବାକୁ ହେଲେ ଭଗବାନ ଙ୍କ ନାମ ହେଉଛି ଏକ ମାତ୍ର ସାହାରା । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *