14

ମେଷ ରାଶିର ଫେବୃଆରୀ ମାସର ମାସର ମାସିକ ରାଶିଫଳ – ଜାଣି ରଖନ୍ତୁ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଫେବୃଆରୀ ମାସର ମେଷ ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ ,

ମେଷ ରାଶିର ଵ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୨ କେତେକ କ୍ଷେତ୍ରରେ ଶୁଭ ଫଳ ପ୍ରଦାନ କରିବ , ଦଶମ ଭାଗରେ ଶନି ଦେବ ଓ ବୁଧଙ୍କ ଉପସ୍ଥିତ ହେତୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରଦାନ କରିବ , ଦେଵ ଗୁରୁ ବୃହସ୍ପତି ଏବଂ ଶନି ଦେବଙ୍କ ଦୃଷ୍ଟି ମଧ୍ୟ ସପ୍ତମ ଭିିରେ ରହୁଛି କିରଵାରରେ ସଫଳତା ପ୍ରାପ୍ତି ହେବ , ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଵିଜୟ ପ୍ରାପ୍ତି କରିବେ , ଏବଂ କ୍ୟାରିୟର ଦୃଷ୍ଟିରୁ ମଧ୍ୟ ବୁଧ ଓ ବୃହସ୍ପତିଙ୍କ ଦୃଷ୍ଟି ଥିବାରୁ କାର୍ଯ୍ୟ କ୍ଷେତ୍ରରେ ନୂତନ ଆଶା ଦେଖିବାକୁ ମିଳିବ , ଉଚ୍ଚ ଅଧିକାରୀଙ୍କ ସହଯୋଗରେ ଚାକିରି ରେ ପଦ ଉନ୍ନତି ହେବ , ଏବଂ ବ୍ୟବସାୟ ବର୍ଗଙ୍କୁ ମଧ୍ୟ ପୁର୍ଣ ସଫଳତା ମିଳିବ , ଆପଣଙ୍କ ରାଶିର ନବମରେ ମଙ୍ଗଳଙ୍କ ଶୁକ୍ର ସହ ରହିଵା ହେତୁ ଶୁଭ ଫଳ ପ୍ରଦାନ କରିଥାଏ ,

rasi4

ବ୍ୟବସାୟରେ ନିବେଶ କରି ଆପଣ ବିଶେଷ ଲାଭବାନ ହେବେ , ଏହିପରି ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ମାସଟି ଉତ୍ତମ ଅନୁକୂଳ ରହିଛି , ଆପଣଙ୍କ ଖର୍ଚ୍ଚରେ ମଧ୍ୟ ନିୟନ୍ତ୍ରଣ ଲାଗି ରହିବ , କାରଣ ଦ୍ଵାଦଶ ଭାବରେ ଶନିଙ୍କ ଦୃଷ୍ଟି ରହୁଛି , ୧୪ ଫେବୃଆରୀକୁ ସୂର୍ଯ୍ୟଙ୍କ ଏକାଦଶ ଭାବେ ଗୋଚର କରିଵା ହେତୁ ଆପଣଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ , ବ୍ୟବସାୟ ମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି , ବ୍ୟବସାୟ ଆରମ୍ଭ କରିଲେ ଆପଣଙ୍କ ଅନୁକୂଳ ରହିଛି , ସେହିପରି ପ୍ରେମ ଜୀବନରେ ଆପଣଙ୍କ ମାସଟି ସକରାତ୍ମକ ରହିବ , ପ୍ରେମ ସଂଵନ୍ଧ ଆହୁରି ମଜବୁତ ହେବାକୁ ଲାଗିବ , ଗ୍ରହଙ୍କ ସଂଯୋଗ ଆପଣଙ୍କ ପାଇଁ ଅନୁକୂଳ ରହିବ , ଆପଣଙ୍କ ପ୍ରେମ ବିବାହରେ ମଧ୍ୟ ଯୋଗ ରହିଛି , ବିବାହିତ ଵ୍ୟକ୍ତି ଙ୍କ ପାଇଁ ମାସଟି ନିଶ୍ଚିତ ରହିବ ,

rasi1

ପତିପତ୍ନୀ ଙ୍କ ମଧ୍ୟରେ ପ୍ରେମ ଭାଵ ଉତ୍ପନ୍ନ କରିବ , କିନ୍ତୁ କିଛି ଅନାବଶ୍ୟକ ଭୁଲ ବୁଝାମଣା କାରଣରୁ ମନ ମାଳିନ ସ୍ଥିତି ରହିବ , ପାରିବାରିକ ଜୀବନ ମଧ୍ୟ ସାମାନ୍ୟ ସଂଘର୍ଷ ରହିବ , ଏହାକୁ ବାଦ ଦେଲେ ଚତୁର୍ଥ ଭାବରେ ବୁଧଙ୍କ ଦୃଷ୍ଟି ହେତୁ ପରିବାରର ସ୍ଥିତି ଦୁର୍ବଳ ରହିବ , ପରିବାର ସଦସ୍ୟଙ୍କ ମଧ୍ୟରେ ଯୁକ୍ତ ତର୍କ ବାଦ ଵିଵାଦ ରହିବ , ସେଥିପାଇଁ ନିଜ ଵାଣୀରେ ସଂଯମତା ବଜାଇ ରଖନ୍ତୁ , ଆର୍ଥିକ ଦୃଷ୍ଟିକୋଣରୁ ଦେଖିଲେ ଆପଣଙ୍କୁ ଭାଗ୍ୟର ପୁର୍ଣ୍ଣ ସମର୍ଥନ ପ୍ରାପ୍ତି ହେବ , ଯାହାଫଳରେ ବ୍ୟବସାୟ ବର୍ଗଙ୍କୁ ନିଜ ବ୍ୟବସାୟ ବୃଦ୍ଧି କରିବାରେ ପୁର୍ଣ ସମର୍ଥନ ମିଳିବ ,

ଚାକିରି କରୁଥିଵା ଵ୍ୟକ୍ତି ଏବଂ ବ୍ୟବସାୟରେ ଲାଭ ମିଳିବ , ଆପଣଙ୍କ ଆୟରେ ବୃଦ୍ଧି ଘଟିଵ , ସ୍ଵାସ୍ଥ୍ୟ ଦୃଷ୍ଟିରୁ ମାସଟି ସାମାନ୍ୟ ରହିବ ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳିବ , ଏହିମାସଟି ଆପଣଙ୍କ ପାଇଁ ଶୁଭ ରହିବ ଓ ଶୁଭ ଫଳ ପାଇଁ ଗରିବ ଲୋକଙ୍କୁ ଅନ୍ନ ଵସ୍ତ୍ର ଦାନ କରନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *