cas

ପସନ୍ଦ କରନ୍ତୁ ଗୋଟିଏ ରଙ୍ଗ, ଜାଣନ୍ତୁ ଆପଣଙ୍କର ଏକ ଖାସ ସ୍ଵଭାବ ଓ ଆଗାମୀ ଭବିଷ୍ୟତ ବିଷୟରେ I

RASIPHALA

କୁହାଯାଏ ରଙ୍ଗ ଆମ ସ୍ୱଭାବ ଓ ଚରିତ୍ର ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥାଏ । ଜଣ ବ୍ୟକ୍ତିର ପସନ୍ଦର ରଙ୍ଗରୁ ତା ବିଷୟରେ ଜାଣି ହୁଏ  । ପସନ୍ଦ କରନ୍ତୁ ଗୋଟିଏ ରଙ୍ଗ, ଜାଣନ୍ତୁ ଆପଣଙ୍କର ଏକ ଖାସ ସ୍ଵଭାବ ଓ ଆଗାମୀ ଭବିଷ୍ୟତ ବିଷୟରେ I ବନ୍ଧୁଗଣ ବାଛନ୍ତୁ ଗୋଟିଏ ରଙ୍ଗ ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ସହ ଜଡିତ ଗୁପ୍ତ ରହସ୍ୟ ଏବଂ ଆପଣଙ୍କ ଭବିଷ୍ୟତ ଆପଣଙ୍କୁ କେଉଁ ଆଡକୁ ନେଇ ଯିବ ତାହା ଏଇ ରଙ୍ଗରୁ ଜାଣିବେ ।

ଭାରତର ଅଧିକ ବ୍ୟକ୍ତି ବହୁତ ବିଶ୍ୱାସୀ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ବହୁତ ଅଧିକ ବିଶ୍ୱାସ ରଖିବା କାରଣରୁ ବ୍ୟକ୍ତି ନିଜ ଜୀବନର ସମସ୍ୟା ସବୁ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି । ନିଜର ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସାହାଯ୍ୟ ନେଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଏହି ତିନି ରଙ୍ଗର ବିକଳ୍ପକୁ ବାଛି ଆପଣଙ୍କ ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ ଜାଣନ୍ତୁ ଏବଂ ଏମିତି କିଛି କଥା ଯାହା ଆପଣଙ୍କ ଆଗାମୀ ଦିନକୁ ମଜବୁତ୍ କରିବ । ତେବେ ଏଇ ତିନି ରଙ୍ଗ ମଧ୍ୟରୁ ଗୋଟିଏ ରଙ୍ଗ ବାଛନ୍ତୁ । ସେଥିରେ ଅଛି ନୀଳ ରଙ୍ଗ, ନାଲି ରଙ୍ଗ ଏବଂ ହଳଦିଆ ରଙ୍ଗ । ଯେଉଁ ରଙ୍ଗ ଆପଣଙ୍କର ପ୍ରିୟ ଏବଂ ଲକି କଲର୍ ତାହାକୁ ବାଛନ୍ତୁ । ତେବେ ସଠିକ୍ ତଥ୍ୟ ଆପଣ ପାଇ ପାରିବେ । ତେବେ ବାଛନ୍ତୁ ଗୋଟିଏ ରଙ୍ଗ ।

red

ନୀଳ ରଙ୍ଗ : ଜଦି ଆପଣ ନୀଳ ରଙ୍ଗକୁ ବାଛିଛନ୍ତି ତାହେଲେ ଆପଣ ଅନେକ ସମସ୍ୟାରେ ଅଛନ୍ତି । ଜୀବନରେ କିଛିଟା ଜିନିଷ ଯାହା ଉପର ତଳ ହେଉଛି ସେଥିପାଇଁ ନିଜକୁ କମଜୋର ମନେ କରୁଛନ୍ତି । ସେଥିପାଇଁ ଆପଣଙ୍କ ମନରେ କିଛି ଚିନ୍ତା ଏବଂ ପରିବର୍ତ୍ତନ ଆସିବାକୁ ଲାଗିଛି କିନ୍ତୁ ଜାଣି ନିଅନ୍ତୁ ଏହା ଆପଣଙ୍କୁ ବହୁତ ଶକ୍ତିଶାଳୀ କରିଦେଇଛି । ଆପଣ ବହୁତ ଗମ୍ଭୀର ବ୍ୟକ୍ତି ଅଟନ୍ତି ସେଥିପାଇଁ ଆପଣ କେବେ ଅଯଥାରେ ସମୟ ନଷ୍ଟ କରିବାକୁ ଚାହାନ୍ତି ନାହିଁ ଏବଂ ନିଜର କ୍ୟାରିଅର ଓ ଭବିଷ୍ୟତକୁ ନେଇ ଆଗକୁ ଚାଲନ୍ତି ଯାହା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ଆଗକୁ ଯାଇ ସଫଳତା ଲାଭ କରନ୍ତି କିନ୍ତୁ ଆପଣ ସବୁବେଳେ କିଛି ନିଷ୍ପତ୍ତି ନେବା ପାଇଁ ସବୁବେଳେ ଦ୍ଵନ୍ଦରେ ରୁହନ୍ତି ।

ଯେଉଁ କାମ ବା କାର୍ଯ୍ୟକୁ ଆରମ୍ଭ କରିବାକୁ ଚାହୁଁଛନ୍ତି ସେହି କାର୍ଯ୍ୟକୁ ବହୁତ ଚିନ୍ତା କରିଥାନ୍ତି ଏହା ଭଲ କିନ୍ତୁ ଅନେକ ସମୟରେ ଏଥି ପାଇଁ ଆପଣ ସୁଯୋଗକୁ ମଧ୍ୟ ହାତଛଡ଼ା କରିଥାନ୍ତି । ତେବେ ଆପଣଙ୍କର ଏହି ସ୍ବଭାବକୁ ବଦଳାଇ ବାକୁ ପଡ଼ିବ ଏବଂ ଭଲ ସୁଯୋଗକୁ କେବେ ବି ହାତ ଛଡା କରନ୍ତୁ ନାହିଁ । ଆପଣ ବିବାହିତ ହୋଇଥିଲେ ଆପଣ ନିଜ ଜୀବନସାଥିଙ୍କର କଥା ଶୁଣନ୍ତୁ, ତେବେ ଆପଣ ଜୀବନରେ ସଫଳ ହେବେ ।

ହଳଦିଆ ରଙ୍ଗ : ଜଦି ଆପଣ ହଳଦିଆ ରଙ୍ଗ ବାଛିଛନ୍ତି ତେବେ ଆପଣ ବହୁତ ବିବେକୀ, ଧର୍ଯ୍ୟବାନ୍ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି । ଯେଉଁ କ୍ଷେତ୍ରରେ ରହିଥାନ୍ତି ସବୁବେଳେ ଉଚ୍ଚ ସ୍ଥିତିରେ ରହିଥାନ୍ତି । ପବିତ୍ର ସ୍ବଭାବରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି କିନ୍ତୁ ରାଗ ଏବଂ ବିରକ୍ତିକର ସ୍ବଭାବ ମଧ୍ୟ ଅଧିକ ରହିଥାଏ । ଟିକିଏ ଟିକିଏ କଥାରେ ରାଗି ଯିବା ଭଳି ଗୁଣ ଆପଣଙ୍କ ଠାରେ ରହିଥାଏ ।ଏଥିପାଇଁ ଆପଣଙ୍କୁ ପ୍ରାୟ ଲୋକମାନେ ଭୁଲ୍ ବୁଝନ୍ତି କିନ୍ତୁ ଯେଉଁମାନେ ଆପଣଙ୍କୁ ବହୁତ ଭଲ ଭାବରେ ଜାଣନ୍ତି ସେମାନେ ଆପଣଙ୍କୁ କେବେ ଛାଡନ୍ତି ନାହିଁ ଏବଂ ସବୁବେଳେ ଆପଣଙ୍କ ସାଙ୍ଗରେ ରହିଥାନ୍ତି । ତାହା ସହ ଆପଣ ବହୁତ ଖର୍ଚ୍ଚୀ ସ୍ବଭାବର ହୋଇଥାନ୍ତି ସେଥିପାଇଁ ଆପଣଙ୍କୁ ଆଗକୁ ଅନେକ ସମୟରେ ସମସ୍ୟା ହୋଇଥାଏ ।

redd

ଯେଉଁଥିପାଇଁ ଆଗାମୀ ଭବିଷ୍ୟତରେ ଆପଣଙ୍କୁ ସଞ୍ଚୟ ରଖିବାରେ ଅସମର୍ଥ ହୋଇ ଥାନ୍ତି । କିନ୍ତୁ ଗୋଟିଏ ନିଶ୍ଚିନ୍ତ ସମୟ ସୀମା ଭିତରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ମଧ୍ୟ ହୋଇଯିବ, ତାହା ୨୧, ୩୫, ୪୭ ବର୍ଷ ହୋଇପାରେ । ଏହି ବୟସ ସୀମା ମଧ୍ୟରେ ଆପଣଙ୍କୁ ପାଖକୁ ଏତେ ଧନ ଆସିବ ଯେ ଆପଣ କେବେ କଳ୍ପନା କରିନଥିବେ ।

ନାଲି ରଙ୍ଗ : ଜଦି ଆପଣ ନାଲି ରଙ୍ଗକୁ ବାଛିଛନ୍ତି ତେବେ ଆପଣ ବହୁତ ସୁନ୍ଦର, ଆକର୍ଷକ ଏବଂ ସମସ୍ତଙ୍କ ମନ ଜିତୁ ଥିବା ବ୍ୟକ୍ତି ଅଟନ୍ତି । ଯିଏ ଆପଣଙ୍କ ସହ ଥରେ ମିଶନ୍ତି ସେ ଜୀବନସାରା କେବେ ଭୁଲି ପାରନ୍ତି ନାହିଁ । ଆପଣ ପ୍ରାୟତଃ ଅଧିକ ଗପିବାକୁ ପସନ୍ଦ କରନ୍ତି ଏବଂ ସବୁବେଳେ ଖୁସି ରହିବାକୁ ପସନ୍ଦ କରନ୍ତି । ଆପଣଙ୍କ ହୃଦୟ ବହୁତ ସଫା ହୋଇଥାଏ ସେଥିପାଇଁ ବେଳେବେଳେ ଧୋକା ମଧ୍ୟ ଖାଆନ୍ତି । ଆପଣଙ୍କର ଅଧିକାଂଶ ରୁଚି କିଛି ରଚନାତ୍ମକ କାର୍ଯ୍ୟର ମନ ବଳାଇ ଥାନ୍ତି ।

ଏହା ସହିତ ଆପଣଙ୍କୁ ଭିତରେ କଠିନ ରୁ କଠିନ ରହିବାକୁ ଆପଣଙ୍କ ବହୁତ ଭଲ ଭାବରେ ଜଣା । ଆପଣଙ୍କର ଏହି କାରଣ ପାଇଁ ନିଜ ଭାଗ୍ୟ ନିଜେ ଲେଖିଥାନ୍ତି । କଳା ଏବଂ ସଙ୍ଗୀତରେ ରୁଚି ରଖୁଥିବା ବ୍ୟକ୍ତି ଅଟନ୍ତି । ସବୁବେଳେ ହସହସ ମୁହଁ ଥାଏ ସେଥିପାଇଁ ଆପଣ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାନ୍ତି । ଆପଣ ଏକ ଭଲ ମୋଟିଭେଟର, କଳାକାର, ସଙ୍ଗୀତଜ୍ଞ, ଶିକ୍ଷକ ଏବଂ ଭଲ ବ୍ୟପାରୀ ମଧ୍ୟ ହୋଇ ପାରନ୍ତି ।ନିଜ ଭାଗ୍ୟ ଭବିଷ୍ୟ ରାଶି , ଯାତକ ସମ୍ଭନ୍ଧୀୟ ତଥ୍ୟ ନିଜ ମୋବାଇଲରେ ପଢିବା ପାଇଁ ଚାହୁଁଥିଲେ , ଏବେ ହିଁ ଲାଇକ କରନ୍ତୁ । ଲାଇକ କଲେ ଆମେ ଆପଣଙ୍କୁ ଆପଣଙ୍କ ରାଶି ବିଷୟରେ ସୁଚନା ପ୍ରଦାନ କରିବୁ ।

Leave a Reply

Your email address will not be published. Required fields are marked *