13

କୁମ୍ଭ ରାଶି ଫେବୃଆରୀ ମାସଟି ଆଣୁଛି ଆପଣଙ୍କ କର୍ମର ଫଳ – ଜାଣି ରଖନ୍ତୁ ପୁରା ଖବର |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଫେବୃଆରୀ ମାସର କୁମ୍ଭ ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ ,

ଆଜି ଆମେ ଏହି ସବୁକୁ ବିଶ୍ଲେଷଣ କରି କହିବୁ , କୁମ୍ଭ ରାଶି ପାଇଁ ୨୦୨୨ ଫେବୃଆରୀ ମାସ କିଛି କ୍ଷେତ୍ରରେ ଅନୁକୂଳ ଫଳ ପ୍ରଦାନ କରିବ , କିନ୍ତୁ ଚାକିରୀ କରୁଥିଵା ବ୍ୟକ୍ତିଙ୍କ ପାଇଁ ମାସଟି ସଂଘର୍ଷ ପୁର୍ଣ୍ଣ ରହିବ , କାରଣ ଦଶମ। ଭାବରେ କେତୁଙ୍କ ଉପସ୍ଥିତ ଓ ରାହୁଙ୍କ ପ୍ରଭାବ ରହିବ , ଚାକିରି କ୍ଷେତ୍ରରେ ସ୍ଥିତି ସାମାନ୍ୟ ରହିବ , ସପ୍ତମ ଭାବରେ ବୁଧ ଓ ଶନି ଏକତ୍ରିତ ହେବା ଦୃଷ୍ଟିରୁ ବ୍ୟବସାୟ ବର୍ଗଙ୍କୁ ବିଶେଷ ଫଳ ଲାଭ ହେବ , ଦେଵ ଗୁରୁ ବୁଧଙ୍କ କୃପାରୁ ଆପଣଙ୍କୁ ବିଶେଷ ସଫଳତା ମିଳିବ , ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଭଲ ଫଳ ପାଇବେ , ଚାକିରି କରୁଥିବା ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆସିବ ,

rasi4

କ୍ୟାରିୟର ଦୃଷ୍ଟିରୁ ମଧ୍ୟ ମାସଟି ସାମାନ୍ୟ ସଂଘର୍ଷ ପୁର୍ଣ ରହିଵ , ଚାକିରି କ୍ଷେତ୍ରରେ ସଫଳତା ପ୍ରଦାନ କରିବ , ଉଚ୍ଚ ଅଧିକାରୀଙ୍କ ତରଫରୁ ଆପଣଙ୍କୁ ସହଯୋଗ ପ୍ରାପ୍ତି ହେବ , ଏବଂ ବ୍ୟବସାୟରେ ସଫଳତା ଆଣିବାରେ ଆପଣ ସକ୍ଷମ ହେବେ , ସେହିପରି ଆର୍ଥିକ ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ , ଦ୍ଵାଦଶ ଭାବରେ ବୁଧ ଓ ଶନିଙ୍କ ଉପସ୍ଥିତ ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି କରିପାରେ , ଅନ୍ୟର ସାହାଯ୍ୟ କରିବାରେ ମଧ୍ୟ ଆପଣ ଖର୍ଚ କରିବେ , ସେୟାର ମାର୍କେଟରେ ନିବେଶ କ୍ଷତି ଦାୟକ ସିଦ୍ଧ ହେବ , ସେଥିପାଇଁ ଅନାବଶ୍ୟକ ନିଵେଶରୁ ଆପଣ ଦୂରରେ ରୁହନ୍ତୁ , ନୂଆ ନୂଆ ଶ୍ରୋତରୁ ଧନର ଆଗମନ ହେବ ,

ଏବଂ ଆପଣ ଋଣରୁ ମୁକ୍ତି ପାଇବେ , ସଂପର୍କରେ ଵାଣି ଓ କଣ୍ଠୋରତା ଦେଖା ଦେବ , ପରସ୍ପର ମଧ୍ୟରେ ବୁଝାମଣାର ଅଭାଵ ଦେଖା ଦେବ , ସେଥିପାଇଁ ନିଜ ବାଣୀ ଓ କ୍ରୋଧରେ ନିୟନ୍ତ୍ରଣ ରଖନ୍ତୁ , କିନ୍ତୁ ବିବାହିତ ଵ୍ୟକ୍ତି ପାଇଁ ମାସଟି ଶୁଭ ରହିବ , ଯେଉଁ ଆଶା ମନରେ ରଖିଛନ୍ତି ତାହା ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ , ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି , ଚାକିରିରେ ପ୍ରତିଷ୍ଠିତ ହେବେ , ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ନାରୀମାନେ ସମ୍ମାନ ପାଇଵେ , ତେବେ ଏହା ଥିଲା ଫେବୃଆରୀ ମାସର କୁମ୍ଭ ରାଶିର ରାଶିଫଳ , ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *